କନକ ବ୍ୟୁରୋ : ଅସରାଏ ବର୍ଷା ହେଲେ ରାସ୍ତାରେ ଲହଡି ଖେଳୁଛି ପାଣି । ରାସ୍ତା ଉନ୍ନତି କରଣ ଓ ପ୍ରଶସ୍ତିକରଣ ନାଁରେ ପୂର୍ତ୍ତ ବିଭାଗ ପକ୍ଷରୁ ଖୋଳାଯାଇଥିବା ରାସ୍ତା ପାଲଟିଛି ଯାତ୍ରୀଙ୍କ ପାଇଁ ମରଣ ଯନ୍ତା । ବାଲେଶ୍ବର ନୀଳଗିରିରେ ରାସ୍ତା କାମ ଚାଲିଛି । ହେଲେ ମନ୍ଥର ଗତିରେ ଚାଲିଥିବାରୁ ଲୋକଙ୍କ ସମସ୍ୟା ବଢି ବଢି ଚାଲିଛି । ଅଳ୍ପ ବର୍ଷାରେ ନୀଳଗିରି ବଉଳଗଡିଆ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ରାସ୍ତା ସାରା ଖାଲଖମାରେ ଭର୍ତି ଥିବାବେଳେ ପ୍ରତିଦିନ ଏହି ରାସ୍ତା ଦେଇ ବେଆଇନ୍ ଭାବେ ଶହଶହଟ୍ରିପ ବାଲି ଓ ପଥର ଚୋରା ଚାଲାଣ ହେଉଛି । ରାସ୍ତା ସରୁନଥିବା ବେଳେ ବାମର୍ବାର ଗାଡିମଟର ଯିବାଆସିବା ଯୋଗୁ ରାସ୍ତା ମରଣଯନ୍ତା ପାଲଟିଛି । ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଯେମିତି ସାଧାରଣ ପାଲଟିଛି କହିଲେ ଚଳେ ।

Advertisment

ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଯିବାଆସିବା କରିବାକୁ ଛାତ୍ରଛାତୀ ମାନଙ୍କ ସହ ପର୍ୟ୍ୟଟକ ମାନେ ବି ଭୟ କରୁଛନ୍ତି । ରାସ୍ତା ସମସ୍ୟା ଯୋଗୁ କାଉଡିଆମାନେ ପଞ୍ଚଲିଙ୍ଗେଶ୍ବର ଆସିବାକୁ ବି ରାଜି ହେଉନାହାନ୍ତି । ରାସ୍ତା ସମସ୍ୟା ଯୋଗୁ ଲୋକଙ୍କ ସମସ୍ୟା ମଧ୍ୟ ବଢି ବଢି ଚାଲିଛି । ଅଭିଯୋଗ ପରେ ବି ସମାଧାନ ହେଉନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ।

ପ୍ରତିଦିନ ଛୋଟରୁ ବଡ ସମସ୍ତେ ଏହି ବିପଦ ସଙ୍କୁଳ ରାସ୍ତାଦେଇ ଯିବା ଆସିବା କରୁଥିବା ବେଳେ ରାସ୍ତା ମରାମତି ଶୀଘ୍ର କରାଯିବା ଜରୁରୀ ହୋଇଛି ।