ପାଟକୁରା ନିର୍ବାଚନ ପୂର୍ବରୁ ଅଶାନ୍ତ କେନ୍ଦ୍ରାପଡା । ଗୁଲନଗରରେ ଗୁଳିକାଣ୍ଡ ଘଟଣାରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ ।

322

କନକ ବ୍ୟୁରୋ : କେନ୍ଦ୍ରାପଡାରେ ବଢୁଛି ଅଶାନ୍ତି । ଗୁଲନଗର ଛକରେ ଗୁଳିକାଣ୍ଡ ଘଟଣାରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତିନିମୁହାଣୀ ଛକ ନିକଟରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ଲୋକେ । ସହରରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆଗକୁ ପାଟକୁରା ବିଧାନସଭା ନିର୍ବାଚନ ଥିବା ବେଳେ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା । କେନ୍ଦ୍ରାପଡାରେ ପୁଣି ଘଟିଛି ଗୁଳିକାଣ୍ଡ । ସ୍ଥାନୀୟ ତିନିମୁହାଣୀ ଅଂଚଳର ବ୍ୟବସାୟୀ ବିବେକାନନ୍ଦଙ୍କ ଉପରକୁ ଗତକାଲି ଗୁଳିମାଡ କରିଥିଲେ ଦୁର୍ବୃତ । ବିବେକାନନ୍ଦ ମହାରଣାଙ୍କ ପେଟରେ ଗୁଳି ବାଜିଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରତିଦିନ ପରି ରାମମନ୍ଦିରରୁ ଘରକୁ ଫେରୁଥିବା ବେଳେ ବାଇକରେ ଦୁଇ ଜଣ ଯୁବକ ଆସି ଅତିନିକଟରୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ବର୍ତମାନ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

Comments are closed.