ରାସ୍ତା ପାଲଟିଛି ମରଣଯନ୍ତା : ଦୀର୍ଘଦିନରୁ ରାସ୍ତା ମରାମତି ନ ହେବା ଯୋଗୁଁ ହଇରାଣ ହେଉଛନ୍ତି ଲୋକେ, ନିତିଦିନ ଘଟୁଛି ଦୁର୍ଘଟଣା

ରାସ୍ତା ପାଲଟିଛି ମରଣଯନ୍ତା : ଦୀର୍ଘଦିନରୁ ରାସ୍ତା ମରାମତି ନ ହେବା ଯୋଗୁଁ ହଇରାଣ ହେଉଛନ୍ତି ଲୋକେ, ନିତିଦିନ ଘଟୁଛି ଦୁର୍ଘଟଣା

କନକ ବ୍ୟୁରୋ : ଯୋଡା ଓ କୋଇଡା ଖଣି ମଣ୍ଡଳରୁ ଉତର ଭାରତକୁ ଖଣିଜ ପଦାର୍ଥ ପରିବହନ ପାଇଁ ଥିବା ମୁଖ୍ୟରାସ୍ତା ଏବେ ପାଲଟିଛି ମରଣଯନ୍ତା । ଭଦ୍ରାସାହିରୁ ବଡବିଲ ସହର ଦେଇ ଝାଡଖଣ୍ଡ ସଂଯୋଗ କରୁଥିବା ଏହି ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

୧୫ କିଲୋମିଟରର ଏହି ରାସ୍ତା ଦୀର୍ଘଦିନରୁ ମରାମତି ନ ହେବା ଯୋଗୁଁ ଲୋକ ହଇରାଣ ହେଉଛନ୍ତି । ରାସ୍ତା ଅବସ୍ଥା ସହ ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଭାରିଯାନ ଚଳାଚଳ କରୁଥିବା କାରଣରୁ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଏଠାରେ ବାଇପାସ ରିଙ୍ଗରୋଡ ନିର୍ମାଣ କରିବା ପାଇଁ ଲୋକେ ଦାବି କରିଛନ୍ତି । ବଡବିଲ ଅତିରିକ୍ତ ତହସିଲଦାର କହିଛନ୍ତି, ଜବରଦଖଲ ହଟାଯାଇ ରାସ୍ତାର ଉନ୍ନତିକରଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe