କନକ ବ୍ୟୁରୋ : ଯୋଡା ଓ କୋଇଡା ଖଣି ମଣ୍ଡଳରୁ ଉତର ଭାରତକୁ ଖଣିଜ ପଦାର୍ଥ ପରିବହନ ପାଇଁ ଥିବା ମୁଖ୍ୟରାସ୍ତା ଏବେ ପାଲଟିଛି ମରଣଯନ୍ତା । ଭଦ୍ରାସାହିରୁ ବଡବିଲ ସହର ଦେଇ ଝାଡଖଣ୍ଡ ସଂଯୋଗ କରୁଥିବା ଏହି ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।
୧୫ କିଲୋମିଟରର ଏହି ରାସ୍ତା ଦୀର୍ଘଦିନରୁ ମରାମତି ନ ହେବା ଯୋଗୁଁ ଲୋକ ହଇରାଣ ହେଉଛନ୍ତି । ରାସ୍ତା ଅବସ୍ଥା ସହ ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଭାରିଯାନ ଚଳାଚଳ କରୁଥିବା କାରଣରୁ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଏଠାରେ ବାଇପାସ ରିଙ୍ଗରୋଡ ନିର୍ମାଣ କରିବା ପାଇଁ ଲୋକେ ଦାବି କରିଛନ୍ତି । ବଡବିଲ ଅତିରିକ୍ତ ତହସିଲଦାର କହିଛନ୍ତି, ଜବରଦଖଲ ହଟାଯାଇ ରାସ୍ତାର ଉନ୍ନତିକରଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/2-20.jpg)