କନକ ବ୍ୟୁରୋ: ସରୁନି ସ୍ୱରେଜ କାମ କି ହେଉନି ରାସ୍ତା ମରାମତି । ସମ୍ବଲପୁର ସହରରେ ଗଳିକନ୍ଦି ସବୁଠି ରାସ୍ତା ଖୋଳି ଅଧାରରେ ଛାଡି ଦେଇଛି ଠିକାଦାର । ଯାହାଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ସହରରେ ସ୍ୱରେଜ ବ୍ୟବସ୍ଥା ପାଇଁ ପ୍ରଶାସନ ଅଣ୍ଟା ଭିଡିଥିଲା । କାମ ଆରମ୍ଭ ହେଲା । ହେଲେ ରାସ୍ତା ଖୋଳି ଦେଇ କାମ ଅଧାରେ ଛାଡି ଦେଇଛି ଠିକାସଂସ୍ଥ।। । ଏବେ ବି କାମ ସରିବାର ନାଁ ନେଉନି । ସାକ୍ଷୀପଡାରୁ ନେଇ ମୋଦିପଡା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ରାସ୍ତା ଖୋଳା ହୋଇପଡିଥିବା ବେଳେ ଏହା ସ୍ଥାନୀୟ ଲୋକଙ୍କ ମୁଣ୍ଡ ବିନ୍ଧା କାରଣ ପାଲଟିଛି ।
ସ୍ୱରେଜ କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ରାସ୍ତା ବି ଖୋଳି ହୋଇପଡିଛି । ସମସ୍ୟା ନେଇ ଅଭିଯୋଗ ବି ହୋଇଛି । ହେଲେ ନା ସରୁଛି ରାସ୍ତାଖୋଳା କାମ ନା ଆଗେଇ ପାରୁଛି ସ୍ୱରେଜ କାମ । ସମସ୍ୟା ବଢିଚାଲିଥିବା ବେଳେ ଧୀରେ ଧୀରେ ଲୋକଙ୍କ ବିରୋଧ ମଧ୍ୟ ବଢିଚାଲିଛି । ଏହାର ଖୁବଶୀଘ୍ର ସମାଧାନ କରିବାକୁ ଦାବି ହୋଇଛି ।
ସ୍ୱରେଜ ପାଇଁ ସମ୍ବଲପୁର ହାଲ ବେହାଲ ହୋଇପଡିଛି । ସ୍ୱରେଜ କାମ ସରୁନଥିବା ବେଳେ ଖାଲଖମା ଭରା ରାସ୍ତା ଯୋଗୁ ଅସୁବିଧାରେ ପଡିଛନ୍ତି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/35.jpg)