ଗମନାଗମନା ପାଇଁ ନାହିଁ ରାସ୍ତା ! ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଛୁଇଁନି ବିକାଶ

25

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାର ଲୁଣା–କରାଣ୍ଡିଆ ଦ୍ୱିପାଂଚଳର ମୁଖ୍ୟ ସମସ୍ୟା ହେଉଛି ଗମନାଗମନ । ଦ୍ୱିପାଂଚଳରେ ରହୁଥିବା ମର୍ଶାଘାଈ, ଡେରାବିଶ ଏବଂ ଗରଦପୁର ବ୍ଲକ ୫ ପଂଚାୟତର ୧୩ଟି ଗାଁର ଲୋକ ରାସ୍ତାଘାଟ ନଥିବାରୁ ବର୍ଷା ଦିନେ ଘରୁ ବାହାରିପାରୁନଥିବା କହିଛନ୍ତି । ଲୁଣା କରାଣ୍ଡିଆ ନଦୀର ଦ୍ୱିପାଂଚଳରୁ ବସପୁର ସେତୁ ଯାଏଁ ୬ କିଲୋମିଟର ନଦୀ ବନ୍ଧର ଅବସ୍ଥା ଅତିଦୟନିୟ । ଦିର୍ଘଦିନ ହେବ ରାସ୍ତା ପ୍ରଶସ୍ତିକରଣ କାମ ଚାଲୁଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ବସପୁରରେ ଗୋଟିଏ ସେତୁ ଥିବା ବେଳେ ଶଠିଲୋ–କୁଳୁସାହି ଗାଁର କରାଣ୍ଡିଆ ନଦୀ ଉପରେ ଆଉ ଏକ ନୁତନ ସେତୁ ନିର୍ମାଣ ପାଇଁ ୨୫ ବର୍ଷ ହେବ ଦାବି ହେଉଛି । ହେଲେ ପ୍ରଶାସନକି ରାଜନେତା ଶୁଣୁନଥିବା ଅଭିଯୋଗ ହୋଇଛି ।

ଦ୍ୱିପାଂଚଳ ବାସୀଙ୍କ ଦାବି ବାବଦରେ ଉପରିସ୍ଥ ଅଧିକାରୀଙ୍କ ଜଣାଇବେ ବୋଲି କହିଛନ୍ତି ମହାନଦୀ ନର୍ଥ ଡିଭିଜନର ସହକାରୀ ଯନ୍ତ୍ରୀ । ସରକାର ଲୁଣା-କରାଣ୍ଡିଆ ଦ୍ୱିପାଂଚଳର ଶଠିଲୋ– କୁଳସାହି କରାଣ୍ଡିଆ ନଦୀ ଉପରେ ଗୋପବନ୍ଧୁ ସେତୁ ନିର୍ମାଣ କରିବାର ଆବଶ୍ୟକତା ରହିଛି ।