କଳାହାଣ୍ଡିରେ ନିମ୍ନମାନର ରାସ୍ତାକାମକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିନା ସୂଚନା ଫଳକରେ ଚାଲିଥିବା ରାସ୍ତାକାମକୁ ନେଇ ଉଠିଲା ପ୍ରଶ୍ନ
କନକ ବ୍ୟୁରୋ: ସହର ହେଉ ଅବା ଗ୍ରାମାଂଚଳ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ଲାଭଖୋର ମନବୃତି ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା ସରିବା ପୂର୍ବରୁ ନଷ୍ଟ ହୋଇଯାଉଛି । ନିର୍ମାଣ କାମ ସରିବା ପୂର୍ବରୁ କେଉଁଠି ପିଚୁ ଉଠିଯାଉଛି । ତ ପୁଣି କେଉଁଠି ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡିରୁ ଆସିଛି ଏଭଳି ଅଭିଯୋଗ । ସବୁଠାରୁ ବଡ଼ କଥା ହେଉଛି ରାସ୍ତା ନିର୍ମାଣର କୌଣସି ସୁଚନା ଫଳକ ନାହିଁ । କେତେ ଟଙ୍କା ବ୍ୟୟରେ କେତେ କିଲୋମିଟର ରାସ୍ତା ନିର୍ମାଣ ହେଉଛି ତାହା ମଧ୍ୟ ଜାଣିପାରୁନାହାନ୍ତି ଲୋକେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଅନେକ ଦିନର ଦାବି ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରୁ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଢ଼ୁଲୁ ଘାଟି ରାସ୍ତା କାମ ଆସିଥିଲା । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାବସୀ ଏହି ରାସ୍ତାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ଭାବିଥିଲେ ବ୍ୟବସାୟ ଓ ଯାତାୟତର ଏକ ମୁଖ୍ୟ ସ୍ରୋତ ହେବ ଢ଼ୁଲୁଘାଟି ରାସ୍ତା । ହେଲେ ପୂର୍ତ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ରାସ୍ତା ଓ ବ୍ରିଜ୍ କାମ ଅତି ନିମ୍ନମାନର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।
ନିର୍ମାଣ ଚାଲିଥିବା ବ୍ରିଜ୍ ଠାରେ ଡାଇଭର୍ସନ ରାସ୍ତା ଠିକ୍ ନଥିବାରୁ ଗତ ଜୁଲାଇ ମାସରେ ପିକ୍ଅପ୍ ଭ୍ୟାନ ଓଲଟି ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ କିଛି ଦିନ ତଳେ ବ୍ରିଜ୍ କାମରେ ନିୟୋଜିତ ଥିବା ଶ୍ରମିକ ବିଦ୍ୟୁତ୍ ସସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତେଣୁ ଭଲ ଭାବେ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି ।