ବହୁବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ । ଏବେ ନିଜ ହାତରେ ଗାଁ ଲୋକ ତିଆରି କଲେ ନିଜ ରାସ୍ତା

57

କନକ ବ୍ୟୁରୋ : ବିକାଶର ମୁଖ୍ୟ ମାଧ୍ୟମ ହେଉଛି ଗମନା ଗମନ । ଯେଉଁଠି ଗମନା ଗମନର ସୁବିଧା ନାହିଁ ସେଠି ବିକାଶ ଲୋକଙ୍କ ପାଇଁ ସାତ ସପନ ପାଲଟିଯାଏ । ରାଜ୍ୟ ରାଜପଥ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାକୁ ଦେଖି ଆପଣ ଚକିତ ହୋଇଯାଉଛନ୍ତି । ହେଲେ ବାସ୍ତବରେ ଗ୍ରାମାଞ୍ଚଳର ରାସ୍ତା ଏବେ ବି ଅନେକ ସ୍ଥାନରେ ମରଣ ଜନ୍ତା ପାଲଟିଛି । ଏମିତି ଏକ ରାସ୍ତା ରହିଛି ଗଜପତି ଜିଲ୍ଲା ଆର. ଉଦୟଗିରିର ଦୁର୍ଗମ ଅଞ୍ଚଳରେ । ଏଠାରେ ରାସ୍ତା ମରାମତି କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ବି ପ୍ରଶାସନ କର୍ଣ୍ଣପାତ କରି ନ ଥିଲା । ଏହାପରେ ନିଜ ରାସ୍ତା ନିଜେ ତିଆରି କରିବାକୁ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି । ହାତରେ ଧରିଛନ୍ତି କୋଡି କୋଦାଳ । ଗାଁର ଛୋଟରୁ ବଡ ସମସ୍ତେ ଏକାଠି ହୋଇଛନ୍ତି । ଆଉ ନିଜ ରାସ୍ତା ନିଜେ ତିଆରି କରିଛନ୍ତି ଗଜପତି ଜିଲ୍ଳା. ଆର ଉଦୟଗିରି ବ୍ଳକର ଦୁର୍ଗମ ଅଂଚଳରେ ବାସ କରୁଥିବା ଗାଁର ଲୋକେ । ଲୋକଙ୍କ ଜିଦ୍ ଏଥର ଭୋଟ୍ ଦେବୁନି କି ଗାଁରେ କୌଣସି ରାଜ ନେତାଙ୍କୁ ବି ପୁରାଇ ଦବୁନି । ବହୁବାର ଅଭିଯୋଗ କରାଯାଇଥିଲେ ବି ରାସ୍ତାଟିଏ ନିର୍ମାଣ ହୋଇପାରିଲାନି । ଶେଷରେ ନିଜ ହାତରେ ନିଜେ ଗାଁର ଲୋକେ ତିଆରି କରିଛନ୍ତି ରାସ୍ତା ।