କନକ ବ୍ୟୁରୋ : ଥମୁନି ଗାଁର ଦୁଃଖ । ଅନୁଗୁଳ କଣିହାଁ ବ୍ଲକ ଘଣ୍ଟିଆନାଳୀ ଗାଁ ପାଇଁ ଅଭିଶାପ ପାଲଟିଛି ମୁଖ୍ୟ ରାସ୍ତା । ଘଣ୍ଟିଆନାଳୀ ଦେଇ କଣିହାଁରୁ ଦେବଗଡ଼ ଓ ଛେଣ୍ଡିପଦାକୁ ମୁଖ୍ୟରାସ୍ତା ସଂଯୋଗ କରିଛି । ଏହି ରାସ୍ତା ଉପରେ ତିରିଶରୁ ଚାଳିଶଟି ଗାଁର ଲୋକମାନେ ନିର୍ଭର କରନ୍ତି । କିନ୍ତୁ ୫ବର୍ଷ ହେଲାଣି ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଗାଁ ନିକଟରେ ରହିଥିବା ଜିନ୍ଦଲ ପାୱାର ପ୍ଲାଣ୍ଟର ଭାରିଯାନ ଚଳାଚଳ ଫଳରେ ରାସ୍ତା ସବୁ ଖୋଳିହୋଇ ଗଲାଣି । ରାସ୍ତା ସାରା ଖାଲଖମାରେ ଭର୍ତି ହୋଇଛି । ଯେତେବେଳେ ସରକାର ଶିଳ୍ପ ଓ ଖଣି ପାଇଁ ଅନୁମୋଦନ ଲୋଡ଼ିଥିଲେ ଗାଁ ଉନ୍ନତି ନେଇ ଲୋକେ ଖୁସି ହୋଇଥିଲେ । ହେଲେ ନାଁ ଉନ୍ନତି ହେଲା ନାଁ ରୋଜଗାର ପଂଥା କିଛି ବଢିଲା । ଗାଁକୁ ଭଲ ରାସ୍ତାଟିଏ ବି ହୋଇପାରିଲାନି । ଯାହାକୁ ନଇେ ଅସନ୍ତୋଷ ବଢିଚାଲିଛି ।
ଦୀର୍ଘ ୫ ବର୍ଷ ହେବ କଣ୍ଟିଆନାଳୀ ବାସୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିପାରିନି। ଯାହାର ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ ଗାଁର ଲୋକ । ଖୂବଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି କରିଚନ୍ତି ।
ଗାଁର ଉନ୍ନତି ହୋଇପାରିନଥିବା ବେଳେ ବର୍ଷା ଦିନ ଆସିଗଲାଣି। ଏନେଇ ଖୁବଶୀଘ୍ର ରାସ୍ତା ମରାମତି କରାଯାଇପାରିଲେ ଗାଁର ଲୋକ ମାନେ ଉପକୃତ ହୋଇପାରିବ ।