କନକ ବ୍ୟୁରୋ: ଶ୍ରମିକଙ୍କ ଉପରେ ମାଡିଗଲା କାର । ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କାରରେ ଥିବା ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ରାଜଗାଙ୍ଗପୁର ରାମାବାହାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଭାରସାମ୍ୟ ହରାଇ କାରଟି ଶ୍ରମିକଙ୍କ ଉପରେ ମାଡିଯାଇଥିବା ସୂଚନା ମିଳିଛି । ରାସ୍ତା କାମରେ ନିୟୋଜିତ ଥିଲେ ଏହି ଶ୍ରମିକମାନେ । ପ୍ରଥମେ କାରଟି ଭାରସାମ୍ୟ ହରାଇ ଶ୍ରମିକଙ୍କ ଉପରେ ଚଢିଯାଇ ଏକ ସ୍କର୍ପିଓରେ ପିଟିହୋଇଥିଲା ।
ସୂଚନା ଅନୁସାରେ, ଦୁର୍ଘଟଣା ଘଟାଇଥିବା କାରଟିରେ ତିନି ଜଣ ବ୍ୟକ୍ତି ଥିଲେ ଏବଂ ତାହା ରାଉରକେଲା ଅଭିମୁଖେ ଯାଉଥିଲା। ରାଜଗାଙ୍ଗପୁର ରାମାବାହାଲ ନିକଟରେ ବୁଲାଣିରେ କୌଣସି କାରଣରୁ ତାହା ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ମହିଳା ଶ୍ରମିକମାନଙ୍କ ଉପରେ ଚଢ଼ିଯିବା ପରେ ଡିଭାଇଡରରେ ଧକ୍କା ଖାଇ ରାସ୍ତାର ଆରପଟ ଲେନ୍କୁ ଚାଲିଗଲା। ଠିକ୍ ସେହି ସମୟରେ ଆରପଟ ଲେନରେ ବିପରୀତ ଦିଗକୁ ଯାଉଥିବା ଗୋଟାଏ ସ୍କର୍ପିଓ ସହ ସେ କାରଟି ମୁହାଁମୁହିଁ ଧକ୍କା ଖାଇଲା। ସ୍କର୍ପିଓରେ ଦୁଇ ଜଣ ଲୋକ ଥିଲେ।
ଉଭୟ ଗାଡ଼ିରେ ଥିବା ସମୁଦାୟ ପାଞ୍ଚଜଣ ବ୍ୟକ୍ତି ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣକର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି। ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/CAR.jpg)
/kanak/media/post_attachments/wp-content/uploads/2020/01/ACCIDENT.jpg)
/kanak/media/post_attachments/wp-content/uploads/2020/01/car-crash-750x430.jpg)