ପୋଲ ତଳକୁ ଖସିଲା କାର : ଘଟଣାସ୍ଥଳରେ ୩ ମୃତ, ୨ ଗୁରୁତର

380

କନକ ବ୍ୟୁରୋ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ତଳକୁ ଖସିଲା କାର । ଘଟଣାସ୍ଥଳରେ ୩ ମୃତ ହୋଇଥିବା ବେଳେ ୨ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାରଟି ବାରିପଦାରୁ- ଭୁବନେଶ୍ୱର ଆସୁଥିଲା । ବାଲେଶ୍ୱରର ବାମପଦା ନିକଟରେ ଟ୍ରକକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି କାର । ଏଥିରେ କାରରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ସେହିଭଳି ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।