କନକ ବ୍ୟୁରୋ: ରାସ୍ତା ସାଜିଛି ମରଣଯନ୍ତା । ଏହି ରାସ୍ତାରେ ଯିବାକୁ ହେଲେ ଆପଣଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡିବ । କାରଣ କେଉଁ ମୂହୂର୍ତରେ କଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ରାସ୍ତା କିପରି ମରଣକୁ ନିମନ୍ତ୍ରଣ ଦେଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଯୁଆଡେ ଚାହିଁବେ କେବଳ ପଥର । ରାସ୍ତା ଉପରକୁ ବାହାରି ପଡିଛି ବଡବଡ ମେଟାଲ । ଆଉ ରାସ୍ତା ସାରା ଭର୍ତି ହୋଇଛି ବଡବଡ ଖାଲ । ମୟୂରଭଂଜ ଜିଲ୍ଲା କପ୍ତିପଦା ଠାରୁ କେଉଁଝର ଭାୟା ଠାକୁରମୁଣ୍ଡା ହୋଇ ଯାଇଥିବା ରାସ୍ତାର ଦୁରାବସ୍ଥା । ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ ଏବେ ପୂର୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି ।
କପ୍ତିପଦା ଠାରୁ ଶରତ, ଠାକୁରମୁଣ୍ଡା, କେଉଁଝର, କରଞ୍ଜିଆକୁ ସଂଯୋଗ କରୁଛି ଏହି ରାସ୍ତା । ଦିନ ରାତି ଅହରହ ଏହି ରାସ୍ତାରେ ଗାଡି ମଟର ଚଳାଚଳ କରୁଛି । ହେଲେ ନିମ୍ନମାନର କାମ ଯୋଗୁଁ ରାସ୍ତାର ଅବସ୍ଥା ବିଗିଡି ଯିବାରୁ ଅନେକ ସମୟରେ ଦୁର୍ଘାଟଣା ଘଟୁଥିବା ଅଭିଯୋଗ କରିଛନ୍ତି ପଥଚାରୀ । ସ୍ଥାନୀୟ ଲୋକେ ରାସ୍ତା ମରାମତି ଦାବି କରୁଥିବା ବେଳେ ରାସ୍ତାର ଅବସ୍ଥା ବାବଦରେ ମୁହଁ ଖୋଲିବାକୁ ନାରାଜ ପୂର୍ତ ବିଭାଗର ଅଧିକାରୀ ।