କନକ ବ୍ୟୁରୋ : କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ । ଏହି କଥା ତ ବିଭିନ୍ନ ପ୍ରସଙ୍ଗରେ ଲୋକମାନେ କହୁଥିବାର ଆପଣମାନେ ଶୁଣିଥିବେ । ହେଲେ ଏହାର ଏକ ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଜି ପଞ୍ଜାବରେ । ଏଠାରେ ଜଣେ ଠିକାଦାର ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାସ୍ତାରେ ଶ୍ରମିକମାନଙ୍କ ସହାୟତାରେ ପିଚୁ ଢାଳୁଥିବାର ଭିଡିଓ ଭାଇରାଲ ହୋଇଥିଲା ।
ସୂଚନା ମୁତାବକ ପଞ୍ଜାବର ହୋସିଆରପୁର ଠାରେ ପ୍ରବଳ ବର୍ଷା ଚାଲିଥିବା ବେଳେ ସଡକରେ ପିଚୁ ଢାଳିବା କାମ ଚଳାଇଥିଲେ ଠିକାଦାର । ହେଲେ କେହି ଜଣେ ଏଭଳି କାମ ଚାଲିଥିବା ବେଳର ଭିଡିଓ ରେକଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଏହି ଭିଡିଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଗୋଚରକୁ ଆସିବା ପରେ ସରକାର ପିଡବ୍ଲ୍ୟୁଡି ବିଭାଗର ୪ ଜଣ ଅଧିକାରୀଙ୍କୁ ସସ୍ପେଣ୍ଡ କରିଦେଇଛନ୍ତି ।
ନ୍ୟୁଜ ଏଜେନ୍ସି ଏଏନଆଇ ଜାରି କରିଥିବା ଭିଡିଓରେ ଦେଖିବାକୁ ମିଳିଛି କି, ବର୍ଷା ଢାଳୁଥିବା ବେଳେ ପିଡବ୍ଲ୍ୟୁଡି କର୍ମଚାରୀ ରାସ୍ତାରେ ପିଚୁ ଢାଳିବାରେ ଲାଗିଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ସେଠାରେ ପହଂଚି କାମ ବନ୍ଦ କରିବାକୁ କହୁଛନ୍ତି କିନ୍ତୁ କର୍ମଚାରୀମାନେ ତାଙ୍କ କଥା ନଶୁଣି ପିଚୁ ଢାଳିବାରେ ଲାଗିଛନ୍ତି ।
4 Punjab officers suspended for road construction amid heavy rainfall in Hoshiarpur
Read @ANI Story | https://t.co/rFApgBdpl7#Punjab#Rainfall#FourOfficersSuspended#RoadConstructionpic.twitter.com/ltzSMWs9DW
— ANI Digital (@ani_digital) July 10, 2022
ଏହି ଭିଡିଓରେ ଦେଖିବାକୁ ମିଳିଛି କି ସଂପୃକ୍ତ ବ୍ୟକ୍ତି ଜଣଙ୍କ ବାରମ୍ବାର କହୁଛନ୍ତି କି ଲୋକଙ୍କ ଟଙ୍କାକୁ ଏଭଳି ବର୍ବାଦ କରନାହିଁ । ସଡକରେ ପାଣି ଜମା ହୋଇଛି , ବର୍ଷା ଛାଡିଯିବା ପରେ ରାସ୍ତାରୁ ପାଣି କଟିଗଲେ ଆପଣମାନେ ପିଚୁ ଢାଳିବେ । ହେଲେ ତାଙ୍କ କଥାକୁ କେହି କାନ ନଦେଇ ପିଚୁ ଢାଳିବାରେ ଲାଗିଥିଲେ । ଏହାପରେ ବ୍ୟକ୍ତି ଜଣଙ୍କ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।