କନକ ବ୍ୟୁରୋ : ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତ ଗାଁ ଗୁଡିକୁ ମୋବାଇଲ ନେଟୱାର୍କ ସଂଯୋଗ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି ବୈଠକରେ ସରକାର ଯେଉଁ ଗ୍ରାମଗୁଡିକୁ ମୋବାଇଲ ସଂଯୋଗର ସୁବିଧା ନାହିଁ ସେହି ଗ୍ରାମଗୁଡିକରେ ତୁରନ୍ତ ଟ୍ୱାୱାର ବସାଇବାକୁ ଗରୁତ୍ୱ ଦେଇଛନ୍ତି । ଏହି କ୍ରମରେ ପ୍ରଥମେ ଚିହ୍ନଟ ହୋଇଥିବା ୭ ହଜାର ଗ୍ରାମକୁ ଅଗ୍ରାଧିକାର ଭିତ୍ତିରେ ମୋବାଇଲ ଟ୍ୱାୱାର ସଂଯୋଗ ଦିଆଯିବ ବୋଲି ଠାକୁର କହିଛନ୍ତି । ଏହା ବ୍ୟତୀତ ଗ୍ରାମୀଣ କ୍ଷେତ୍ରକୁ ମୁଖ୍ୟ ସଡକ ସହ ଯୋଡିବାକୁ ପୁଣିଥରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଦେଶର ପ୍ରତିଟି ଗାଁ ରୁ ଗାଁ ସଂଯୋଗ ହୋଇପାରିବ ।
In over 7000 villages of 44 aspirational dists across Andhra Pradesh, Chhattisgarh, Jharkhand, Maharashtra & Odisha, mobile towers connectivity will be provided. It has been decided to provide 4G mobile services. Project is expected to be worth Rs 6466 cr: Union Min Anurag Thakur pic.twitter.com/MXEdXhGICl
— ANI (@ANI) November 17, 2021
୭ ହଜାର ଗାଁକୁ ହେବ ମୋବାଇଲ କନେକ୍ଟଭିଟି । ଏହି କ୍ରମରେ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଓ ଓଡିଶାର ୪୪ ଟି ଜିଲ୍ଲାର ୭୦୦୦ ରୁ ଅଧିକ ଗାଁରେ ମୋବାଇଲ କନେକ୍ଟଭିଟି ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନାରେ ୬୪୬୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ଠାକୁର ସୂଚନା ଦେଇଛନ୍ତି ।