କୋରାପୁଟ ସୁଙ୍କି ଘାଟିରୁ ହଟିଲା ଅବରୋଧ । ପାହାଡ ଉପରୁ ମାଟି ଧସିବାରୁ ଉଭୟ ପଟେ ଅଟକି ରହିଥିଲା ଗାଡି ମଟର ।

66

କନକ ବ୍ୟୁରୋ : ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଘାଟି ରାସ୍ତାରୁ ହଟିଲା ମାଟି । ଅବରୋଧ ହଟିବା ପରେ ସ୍ୱାଭାବିକ ହୋଇଛି ଗାଡି ଚଳାଚଳ । କୋରାପୁଟ ସୁଙ୍କି ଘାଟିରୁ ଅବରୋଧ ହଟିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏନଡିଆରଏଫ ଟିମ୍ ରାସ୍ତା ସଫା କରିବା ପରେ ଘାଟି ଉପରେ ଅଟକିଥିବା ଗାଡି ଚଳାଚଳ କରିଛି । ଆନ୍ଧ୍ର-ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ପୁଣି ଆରମ୍ଭ ହୋଇଛି ।

ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ପାହାଡ ଉପରୁ ମାଟି ଅତଡା ଧସିଥିଲା । ସୁଙ୍କି ଘାଟି ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା ଶହ ଶହ ଗାଡ଼ି । ଘାଟି ରାସ୍ତା ସଫା କରିବା କାମରେ ଏନଡିଆରଏଫ ଟିମ୍ ଲାଗିଥିବା ବେଳେ ପଥ ପରିବର୍ତ୍ତନ କରି ଯିବାକୁ କହିଥିଲା କୋରାପୁଟ ପ୍ରଶାସନ । ଅରକୁ ଓ ନନ୍ଦପୁର ରାସ୍ତା ଦେଇ ଯିବା ଆସିବା କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ କହିଛି ।