କନକ ବ୍ୟୁରୋ: ପାଣି ଘେରରେ ନିମାପଡ଼ା ବନ୍ଧପଡ଼ା ଗାଁ । ବର୍ଷା ନାହିଁ, ଧସିଗଲା ରାସ୍ତା । ହଠାତ୍ ଗାଁକୁ ମାଡି ଆସିଲା ପାଣି । ରାସ୍ତା ପାର କରିବାକୁ ହେଲେ ପେଟେ ପାଣିରେ ଯିବାକୁ ପଡୁଛି । ଗାଁର ମୁଖ୍ୟ ରାସ୍ତାରେ ବିରାଟ ଘାଇ ସୃଷ୍ଟି ହୋଇଛି । ନୂଆ ଗାଁ ମାଇନର କେନାଲର ଓଭର ପାଣି ଯୋଗୁ ଭୁଶୁଡ଼ି ପଡ଼ିଛି ଗାଁର ମୁଖ୍ୟ ରାସ୍ତା । ଫଳରେ ଗାଁର ୭୦ଟି ପରିବାର ଏକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଲୋକେ ବାହାରକୁ ବାହାରି ପାରୁନାହାନ୍ତି । ନିହାତି କାମ ପାଇଁ ଘରୁ ବାହାରିବାକୁ ହେଲେ ଛାତିରେ ପାଣିରେ ଯିବାକୁ ପଡୁଛି ।

Advertisment