କନକ ବ୍ୟୁରୋ : ବାତ୍ୟା ୟାସ ପରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଛି । କେନ୍ଦ୍ରାପଡ଼ା ଆଳି ଅଂଚଳରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ଗଛ କଟା ଯାଉଛି । ଗଛ ଭାଙ୍ଗି ପଡ଼ିବା ଦ୍ୱାରା ସମ୍ପୃକ୍ତ ଅଂଚଳରେ ଯାତାୟତ ବ୍ୟବସ୍ଥା ଠପ ହୋଇପଡ଼ିଥିଲା ।
ଅଗ୍ନିଶମ ବାହିନୀ ପହଂଚି ଗଛ କାଟିବା କାମ ଆରମ୍ଭ କରିଛନ୍ତି । ଗଛଟି ବିଦ୍ୟୁତ୍ ତାର ଉପରେ ବିପଦ ଶଙ୍କୁଳ ଭାବେ ପଡ଼ିରହିଥିବା ଦେଖିବାକୁ ମିଳିଛି । ଏପରିକି ଗ୍ରାମାଂଚଳରେ ମଧ୍ୟରେ ଘର ଦ୍ୱାର ଉପରେ ଗଛ ଉପୁଡ଼ି ପଡ଼ିଛି । ଅଗ୍ନିଶମ ବାହିନୀ ଏବଂ ପୋଲିସ ଅଧିକାରୀ ପହଂଚି ଉଦ୍ଧାର କାମ ଜାରି ରଖିଛନ୍ତି ।
ସେପଟେ, ବାଲେଶ୍ୱରରେ ମଧ୍ୟ ବାତ୍ୟ ୟାସ ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱର ବସ୍ତା ଓ ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତୀ ବର୍ଷା ପାଣି ପଶିଯାଇଛି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ଅବସ୍ଥାରେ ରହିଛି ଗାଁ । ଗାଁ ଭିତରେ ଅଂଟାଏ ଉଚ୍ଚରେ ପାଣି ଜମି ରହିଛି । ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ସହାୟତା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/3.jpeg)