କନକ ବ୍ୟୁରୋ: ପାଣି ପାଇଁ ରାସ୍ତାରୋକ । ରାସ୍ତାରେ ଗରା, ବାଲଟି ଧରି ପ୍ରତିବାଦ କରିଛନ୍ତି କନ୍ଧମାଳ ମୂଳଗୁଦାରୀ ଗାଁର ମହିଳା । ଫୁଲବାଣୀ-ଖଜୁରୀପଡ଼ା ରାସ୍ତା ଅବରୋଧ କରି ନିଜର ଦାବି ଜଣାଇଛନ୍ତି । ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଦୀର୍ଘ ବର୍ଷ ହେଲା ଏହି ଗାଁର ଲୋକମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗାଁରେ ପାନୀୟ ଜଳର ସୁବିଧା ନଥିବାରୁ ଦୂଷିତ ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ତେଣୁ ଗ୍ରାମବାସୀ ମାନେ ପାନୀୟ ଜଳର ସୁବିଧା କରିବା ପାଇଁ ଅନେକ ଥର ବିଡିଓ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି । ହେଲେ ଗାଁରୁ ପାନୀୟ ଜଳ ସମସ୍ୟା ଦୂର ହେଉନାହିଁ । ତେଣୁ ପାଇଁ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଘଟଣା ସ୍ଥଳରେ ଫୁଲବାଣୀ ଉପଜିଲ୍ଲାପାଳ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/30-5.jpg)