କନକ ବ୍ୟୁରୋ: ପାଣି ପାଇଁ ରାସ୍ତା ରୋକ । ଗରା, ବାଲଟି ଧାରା ରାସ୍ତାରେ ଆନ୍ଦୋଳନକାରୀ । ଗଞ୍ଜାମ ଜିଲ୍ଲା ରମ୍ଭା ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ମହିଳା ଓ ପୁରୁଷ । ଏକ ମାସ ହେଲା ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ନମ୍ବର ଓ ୨ନମ୍ବର ୱାର୍ଡକୁ ପାଣି ଆସୁନଥିବା ଅଭିଯୋଗ କରି ଗରା ବାଲଟି ଧରି ରାସ୍ତା ରୋକ କରିଛନ୍ତି ୨ନମ୍ବର ଓ ୧୨ନମ୍ବର ୱାର୍ଡ ବାସିନ୍ଦା । ଦୀର୍ଘ ଦିନ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପିଏଚଡି ବିଭାଗକୁ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହାର ସମାଧାନ ନହେବାରୁ ରାସ୍ତାକୁ ଓହ୍ଳାଇଛନ୍ତି ଅଞ୍ଚଳବାସୀ । ଫଳରେ ଜାତୀୟ ରାଜପଥ ଓ ରମ୍ଭା ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି ।