ହିତାଧିକାରୀଙ୍କୁ ମିଳୁନି ପିଡିଏସ୍ ଚାଉଳ । ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ୫ଟି ଗାଁର ଲୋକ ।

57

କନକ ବ୍ୟୁରୋ: ପିଡିଏସ ଚାଉଳ ବଣ୍ଟନ ହେଉନଥିବା ପ୍ରତିବାଦରେ ଧାରଣା ଓ ରାସ୍ତା ରୋକ । କେନ୍ଦୁଝର ଜିଲ୍ଲା ହାଟଡିିହି ବ୍ଲକ କଳିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ୫ଟି ଗାଁର ଲୋକ । କଳିଗାଁ ପଞ୍ଚାୟତର ଇଛାପୁର, କଇଥଗଡିଆ, ମଦୁଲିପଡା, ବଣିଆରୀ, କଳିଗାଁ ଓ ଶାଳକଣିଆ ଗାଁର ଲୋକ ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ରାସ୍ତାରୋକ କରିଥିଲେ । ଲୋକଙ୍କ ଅଭିଯୋଗ ଜାନୁଆରି ମାସରୁ ପିଡିଏସ ଚାଉଳ ବଣ୍ଟନ କରାଯାଉ ନାହିଁ । ଏହାର ପ୍ରତିବାଦରେ ଲୋକ ଧାରଣା ଦେବା ସହ ଓରାଳି- ଶାଳବଣିଆ ରାସ୍ତାକୁ ଅବରୋଧ କରିଥିଲେ । ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ଫଳମିଳୁନାହିଁ ବୋଲି ପ୍ରତିବାଦକାରୀ କହିଛନ୍ତି ।