କନକ ବ୍ୟୁରୋ : ପାଣି ପାଇଁ ଗରା ବାଲଟି ଧରି ରାସ୍ତକୁ ଓହ୍ଲାଇଲେ ମହିଳା । ପିଇବା ପାଣି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନହେବାରୁ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅଂଟାସୋର ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗାଁରେ ଥିବା ପାଣି ଟାଙ୍କି ବହୁଦିନ ହେଲା ଅଚଳ ପଡ଼ିଛି । ମାସେ ହେଲା ଜଳ ଯୋଗାଣ ବନ୍ଦ ହୋଇଛି । ଗାଁରେ ଗୋଟିଏ ମାତ୍ର ନଳକୂପ ଥିବା ବେଳେ ପାଣି ପାଇଁ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଛି ।

Advertisment

ଅନ୍ୟପଟେ ସେହି ନଳକୂପରୁ ଗୋଳିଆ ପାଣି ବାହାରୁଥିବାରୁ ଏହା ପିଇବା ଯୋଗ୍ୟ ନୁହେଁ । କିନ୍ତୁ ବାଧ୍ୟହୋଇ ସେହି ପାଣି ପଉଛନ୍ତି ଲୋକେ । ତେଣୁ ପିଇବା ପାଣି ପାଇଁ ଗାଁର ମହିଳା ଓ ପୁରୁଷ ଗରା, ହାଣ୍ଡି ରଖି ପ୍ରତିବାଦ କରିଥିଲେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଥିଲେ ଗ୍ରାମବାସୀ । ପ୍ରତିଶ୍ରୁତି ଅନୁସାରେ ସମସ୍ୟାର ସମାଧାନ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି କହିଛନ୍ତି ଗ୍ରାମବାସୀ ।