ମୃତଦେହକୁ ରାସ୍ତାରେ ରଖି ରାତିସାରା ଧାରଣା । ପୁଅର ଜନ୍ମଦିନରେ ବାପାକୁ ଘରୁ ଡାକି ନେଇ ହତ୍ୟା ଅଭିଯୋଗ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ
କନକ ବ୍ୟୁରୋ: ପୁଅର ଜନ୍ମଦିନରେ ବାପାକୁ ହତ୍ୟା ଅଭିଯୋଗ । ଘରୁ ଡାକି ନେଇ ହତ୍ୟା ଅଭିଯୋଗରେ ରାସ୍ତାରୋକ କଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା-ମୋଟର ମୁଖ୍ୟ ରାସ୍ତାରେ ମୃତଦେହକୁ ରଖି ନ୍ୟାୟ ଦାବିରେ ରାତି ସାରା ଗ୍ରାମବାସୀ ଧାରଣା ଦେଇଛନ୍ତି । ଫଳରେ ଗତକାଲି ଅପରାହ୍ନ ୪ଟାରୁ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ଆଜି ସକାଳୁ ଧର୍ମଗଡ ଏସଡିପିଓ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନାହିଁ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦେବା ଦାବିରେ ଅଡି ବସିଛନ୍ତି ଉତ୍ୟକ୍ତ ଗ୍ରାମବାସୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଜୟପାଟଣା ଗାନ୍ଧୀଗ୍ରାମପଡାର ଗୋବିନ୍ଦ ବଲ୍ଲଭ ନାଏକଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଶୁକ୍ରବାର ଗୋବିନ୍ଦବଲ୍ଲଭଙ୍କୁ ଗାଁର ଶୁଭମ ଅଗ୍ରୱାଲ ଘରୁ ଡାକିନେଇ ଭବାନୀପାଟଣା ଯାଇଥିଲେ । ହେଲେ ସନ୍ଧ୍ୟାରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ଗୋବିନ୍ଦ ବଲ୍ଲଭ ଦୁର୍ଘଟଣାରେ ଆହତ ହୋଇ ଭବାନୀପାଟଣା ମେଡିକାଲରେ ଭର୍ତି ହୋଇଛନ୍ତି । ପୁଣି ସକାଳେ ଖବର ଦେଲେ ତାଙ୍କର ମୃତ୍ୟୁ ହୋଇଯାଇଛି । ବ୍ୟବଚ୍ଛେଦ ପରେ ରାତିରେ ମୃତଦେହ ଗାଁକୁ ଫେରିବା ପରେ ରାସ୍ତାରେ ମରଶରୀରକୁ ରଖି ଗ୍ରାମବାସୀ ଓ ପରିବାର ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ।