ସକାଳ ୬ରୁ ରାସ୍ତା ଉପରେ ଦନ୍ତାର ଆତଙ୍କ । ପାଳଲହଡ଼ା ଶ୍ରୀରାମପୁରଠାରୁ ସହରଗୁର୍ଜଙ୍ଗ ପର୍ଯ୍ୟନ୍ତ ଅଟକିଛି ଗାଡି, କାବୁ କରିବାରେ ବିଫଳ ବନ ବିଭାଗ

45

କନକ ବ୍ୟୁରୋ : ପାଳଲହଡ଼ା ତିରିପି ଗାଁରେ ହାତୀ ଆତଙ୍କ । ରାସ୍ତା ଉପରେ ବୁଲୁଛି ଦନ୍ତା ହାତୀ । ଫଳରେ ଶ୍ରୀରାମପୁରଠାରୁ ସହରଗୁର୍ଜଙ୍ଗ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ହାତୀ ଭୟରେ ପ୍ରାୟ ୮ ଘଂଟା ହେବ ମୁଖ୍ୟ ରାସ୍ତାରେ ଅଟକି ରହିଛି ଯାନବାହାନ ।

ଦନ୍ତା ହାତୀ ଗୋଟିଏ ବାଇକକୁ ଭାଙ୍ଗି ଦେଇଥିବା ବେଳେ ବାଇକ ଚାଳକ ଜଣକ ବର୍ତି ଯାଇଛନ୍ତି । ସକାଳ ୬ଟାରୁ ହାତୀ ରାସ୍ତା ଉପରେ ଆତଙ୍କ ଖେଳାଇଥିବା ବେଳେ ଏହାକୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବନ ବିଭାଗ । ପାଳଲହଡ଼ା ଓ ଖମର ବନ ବିଭାଗ ପକ୍ଷରୁ ହାତୀକୁୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ତେବେ କେନ୍ଦୁଝର ଓ ରାଉରକେଲାରୁ ସ୍ୱତନ୍ତ୍ର ଟିମ୍ ଏହି ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରାଯିବ ବୋଲି ସୂଚନା ଦେଇଛନ୍ତି ପାଳଲହଡ଼ା ରେଞ୍ଜର ।