କନକ ବ୍ୟୁରୋ : ପାଣି ପାଇଁ ଆନ୍ଦୋଳନ । ୮ ଦିନ ଧରି ପାନୀୟ ଜଳ ଯୋଗାଣରେ ବ୍ୟାଘାତ ଦେଖା ଦେବା ପରେ କଳାହାଣ୍ଡି କୋକସରାରେ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏହାକୁ ପ୍ରତିବାଦ କରି କୋକସରା ବଡପଡା ନିକଟରେ ଶତାଧିକ ମହିଳାମାନେ ଗରା ବାଲ୍ଟି ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ରାସ୍ତା ଅବରୋଧ କରିବା ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଛି । ଏବେ ଘଟଣାସ୍ଥଳରେ କୋକସରା ସରପଂଚ ଓ ପୋଲିସ ପହଁଚି ବୁଝାସୁଝା କରିଛନ୍ତି । କିନ୍ତୁ ଗ୍ରାମବାସୀଙ୍କର ଜିଦ୍ ପାନୀୟ ଜଳ ସମସ୍ୟାର ସମାଧାନ ନହେବା ଯାଏଁ ରାସ୍ତା ଉପରୁ କେହି ଉଠିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/14-6.jpg)