କନକ ବ୍ୟୁରୋ: ଦୁର୍ଘଟଣାର ଦିନ । ଆଜି ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାର ଦୁଃଖଦ ଖବର ଆସିଛି । କଟକ, ଗଜପତି, ବାରିପଦା, ବ୍ରହ୍ମଗିରିରୁ ଦୁର୍ଘଟଣାର ଖବର ଆସିଛି ।
କଟକ କନ୍ଦରପୁରରେ ବସ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।
ସେପଟେ ଗଜପତି ଜିଲ୍ଲା ମାରଲବା ଘାଟିରେ ପିକନିକ ବସ ଓଲଟି ପଡିବାରୁ ୨ ଜଣ ଆହତ ହୋଇଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତିଯାଇଛନ୍ତି ।
ସେହିପରି ବାରିପଦା କଟାସ ଛକ ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ଯାନ୍ତ୍ରିକ ତ୍ରୁଟି ଥିବା କାରଣରୁ ବସଟି ଓଲଟିପଡିଥିଲା । ବସରେ ୪୦ ଯାତ୍ରୀ ବେଳେ ୨ଜଣ ଆହତ ହୋଇଛନ୍ତି ।
ଏପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ କୁସୁବେଂଟି ରାସ୍ତାରେ ଆମ୍ବୁଲାନ୍ସ ଓଲଟିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆହତ ୩ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।
Follow Us/kanak/media/post_attachments/wp-content/uploads/2018/12/vlcsnap-2018-12-28-14h16m24s338-300x220.png)
/kanak/media/post_attachments/wp-content/uploads/2018/12/vlcsnap-2018-12-28-14h20m10s411-300x225.png)
/kanak/media/post_attachments/wp-content/uploads/2018/12/IMG-20181228-WA0102-300x225.jpg)
/kanak/media/post_attachments/wp-content/uploads/2018/12/vlcsnap-2018-12-28-14h18m11s196-300x165.png)