କନକ ବ୍ୟୁରୋ : ଉତ୍ତରପ୍ରଦେଶ ପିଲଭିଟ ଅଂଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ କାର ଓ ଜିପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ଓଲଟି ପଡିଥିଲା କାର । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୩୨ ଜଣ ଯାତ୍ରୀ ଆହତ । ଦୁର୍ଘଟଣା ପରେ ପରେ ପିଲଭିଟ୍ ପୋଲିସ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କାମ କରିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Advertisment