ଭାରସାମ୍ୟ ହରାଇ ବିଦ୍ୟୁତ ଖୁଂଟରେ ପିଟିହେଲା ପିକଅପ୍ ଭ୍ୟାନ୍! ଜଣେ ମୃତ ୩ଜଣ ଗୁରୁତର

30

କନକ ବ୍ୟୁରୋ: ଭାରସାମ୍ୟ ହରାଇ ବିଦ୍ୟୁତ ଖୁଂଟରେ ପିଟିଲା ପିକ୍ଅପ୍ ଭ୍ୟାନ୍ । ଜଣେ ମୃତ ୩ଜଣ ଗୁରୁତର । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବିଶାଖପାଟଣା ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ସିକରପାଇଠାରୁ ଏକ ପିକଅପ୍ ଭ୍ୟାନ ଜେକେପୁରରେ ଦୁର୍ଗା ପୂଜା ଦେଖିବାକୁ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ରାସ୍ତାକଡ ବିଦ୍ୟୁତ୍ ଖୁଂଟରେ ପିଟି ହେବା ପରେ ରାସ୍ତାକଡରେ ଥିବା ୧୦ଫୁଟ ଖାଲକୁ ଖସି ପଡିଥିଲା । ଫଳରେ ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅରୁଣ ଖୁରା ନାମକ ଯୁବକର ମୃତ୍ୟୁ ହୋଇଛି ଏବଂ ପ୍ରସାଦ ଗାଣ୍ଠା ଓ ମହାନ୍ତି ଗାଣ୍ଠାଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।