ପାଟକୁରାରେ ଓଲଟିଲା ଚିଙ୍ଗୁଡି ବୋଝେଇ ଗାଡି । ଟ୍ରକ୍ ସହ ଧକ୍କା ପରେ ରାସ୍ତାରେ ବିଛାଡି ହୋଇ ପଡିଲା ଚିଙ୍ଗୁଡି ମାଛ । ବୋହିନେଲେ ସ୍ଥାନୀୟ ଲୋକ

416

କନକ ବ୍ୟୁରୋ: ଗାଡି ଦୁର୍ଘଟଣା ପରେ ଚିଙ୍ଗୁଡି ବୋହିନେଲେ ଲୋକେ । ଏଭଳି ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ଥାନା  ୫ ନମ୍ବର ଜାତୀୟ ରାଜପଥର କୁସୁନପୁର ଛକ ନିକଟରେ । ଏଠାରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଚିଙ୍ଗୁଡି ମାଛ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ  ମାଛ ସବୁ ରାସ୍ତାରେ  ଖେଳେଇ ହୋଇ ପଡିଥିଲା ।  ଏହି ସମୟରେ ରାସ୍ତାରେ ପଡିଥିବା ମାଛକୁ  ଲୋକେ ଜରି ଓ ବ୍ୟାଗରେ ଭର୍ତି କରି ନେଉଥିବା ଦେଖିବାକୁ ମିଳିଥିଲା ।  କିଛି ମାଛ ଗାଡି ଚକାତଳେ ନଷ୍ଟ ବି ହୋଇଯାଇଛି ।  ମାଛ ବୋଝେଇ  ପିକଅପ ଭ୍ୟାନ ପଶ୍ଚିମବଙ୍ଗ ଦିଘା ଅଂଚଳରୁ ପାରାଦୀପ ଆସୁଥିଲା  । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛି ।

ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ୫ ନମ୍ବର ଜାତୀୟ ରାଜପଥରେ କୁସୁନପୁର ଛକ ନିକଟରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଚିଙ୍ଗୁଡି ମାଛ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ଯାହା ଫଳରେ ମାଛ ସବୁ ରାସ୍ତା ଉପରେ ଖେଳେଇ ହୋଇ ପଡିଥିଲା । ତେବେ ରାସ୍ତାରେ ପଡିଥିବା ମାଛକୁ କିଛି ଲୋକ ଜରି ଏବଂ ବ୍ୟାଗରେ ଭର୍ତ୍ତି କରି ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ବହୁତ ମାଛ ଯାତାୟାତ କରୁଥିବା ଗାଡି ଚକା ତଳେ ମାଡି ହୋଇ ନଷ୍ଟ ମଧ୍ୟ ହୋଇଯାଇଛି ।

ଦୁର୍ଘଟଣା ଭୋର ସମୟରେ ହୋଇଥିଲା ମାଛ ବୋଝେଇ ପିକଅପ୍ ଭ୍ୟାନ ପଶ୍ଚିମବଙ୍ଗ ଦିଘା ଅଂଚଳରୁ ମାଛ ନେଇ ପାରାଦୀପ ଯାଉଥିବା ସୁଚନା ମିଳିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ତାଙ୍କୁ ମାର୍ଶାଘାଇ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ତଳରେ ମାର୍ଶାଘାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।