ରାଜଧାନୀରେ ସଡକ ଦୁର୍ଘଟଣା । ଫ୍ଲାଏଓଭରରେ ପିଟି ହୋଇ ତଳକୁ ଖସିଲା କାର, କାର ଚାଳକ ଗୁରୁତର ଆହତ ।

1,323

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫ୍ଲାଏଓଭରରୁ ତଳକୁ ଖସିଲା କାର । ଦୁର୍ଘଟଣାରେ କାର ଚାଳକ ଆହତ ହୋଇଥିବା ବେଳେ ଅନ୍ୟ କେହି ଆହତ ହୋଇନାହାନ୍ତି । କାର ଚାଳକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପଳାସପଲ୍ଲୀ ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି । କାରଟି ଦ୍ରୁତ ଗତିରେ ଆସି ଫ୍ଲାଏଓଭରରେ ପିଟି ହେବା ସହ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ଅନ୍ୟ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । କାର ଯେଉଁ ଢଙ୍ଗରେ ପିଟି ହୋଇ ଫ୍ଲାଏଓଭର ତଳକୁ ଖସିଛି ଯଦି ସେହି ସମୟରେ ଲୋକ ଚଳପ୍ରଚଳ କରୁଥାନ୍ତେ ତେବେ ଅନେକ ଲୋକ ଆହତ ହେବାର ଯଥେଷ୍ଟ ସମ୍ଭାବନା ଥିଲା । କାରଣ କାର ଖସିଥିବା ସ୍ଥାନରେ ଅନେକ ଗୁଡିଏ ଦୋକାନ ରହିଥିଲା । ତେବେ ରାତିରେ କାରଟି ଖସିଥିବାରୁ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ଲୋକେ ।