ଲୋକଙ୍କ ଉପରେ ମାଡିଗଲା ହାଇୱା । ସିରିଜ ଦୁର୍ଘଟଣା କରି ୫ ଜଣଙ୍କ ଜୀବନ ନେଲା ଟ୍ରକ । ନୟାଗଡରେ ଭୟଙ୍କର ଦୁର୍ଘଟଣା ।

474

କନକ ବ୍ୟୁରୋ: ହାଇୱା ଦୁର୍ଘଟଣାରେ ୫ ମୃତ । ନୟାଗଡ ଶରଣକୂଳରେ ମର୍ମନ୍ତୁଦ ଦୁର୍ଘଟଣା । ଭୟାନକ ଟ୍ରକ ଧକ୍କାରେ ଆଖି ବୁଜିଲେ ୫ ଜଣ । ମୃତକଙ୍କ ମଧ୍ୟରେ ୨ ମହିଳା, ୩ ଜଣ ପୁରୁଷ ଥିବାବେଳେ ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି ।

ତେବେ ଶରଣକୂଳରେ ସିରିଜ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି । ପ୍ରଥମେ ଟ୍ରକଟି ନରେନ୍ଦ୍ରପୁରରେ ୨ ମହିଳାଙ୍କୁ ଧକ୍କା ଦେଇଥିଲା । ପରେ ସୁଆରସାହିରେ ଲୋକଙ୍କ ଉପରେ ମାଡିଯାଇଥିଲା ଟ୍ରକ । ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ଅଛି ଡ୍ରାଇଭର ।