କନକ ବ୍ୟୁରୋ: ଭୁବନେଶ୍ୱର ଖଣ୍ଡଗିରିରେ ଦୁର୍ଘଟଣା । ମାଆ, ଝିଅ ରାସ୍ତା ପାରି ହେଉଥିବା ବେଳେ ଚଢ଼ିଗଲା ସ୍କୁଲ ବସ୍ । ଦୁର୍ଘଟଣାସ୍ଥଳରେ ଝିଅର ମୃତ୍ୟୁ । ପେଟ୍ରୋଲ ପମ୍ପ ସମ୍ମୁଖରେ ମାଆ ଝିଅ ରାସ୍ତା ପାରି ହେଉଥିବା ବେଳେ ଖଣ୍ଡଗିରି ପଟୁ ଆସୁଥିବା ଏକ ବାଇକ ପ୍ରଥମେ ମହିଳାଙ୍କୁ ଧକ୍କା ଦେବାରୁ ସେ ରାସ୍ତାରେ ପଡ଼ିଯାଇଥିଲେ । ଏହି ସମୟରେ ଝିଅ ଦୌଡି ଆସି ମାଆ ପାଖରେ ପହଞ୍ଚିବା ବେଳେ ପଛପଟୁ ଏକ ବସ୍ ଆସି ଝିଅ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଛି । ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ମୃତ ଦେହ ଜବତ କରିଛି ।
ଭୁବନେଶ୍ୱର ଖଣ୍ଡଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଝିଅ ଉପରେ ଚଢିଗଲା ବସ୍ ।
/kanak/media/post_attachments/wp-content/uploads/2024/02/vlcsnap-2024-02-12-17h25m03s773.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)