କନକ ବ୍ୟୁରୋ: ଦଶହରା ଖୁସି ଆଣି ଦେଲା ଦୁଃଖ । ଖେଳ ସାଜିଲା କାଳ । ୬ ବର୍ଷର ଶିଶୁ ଉପରେ ଚଢ଼ିଗଲା ବୋଲେରୋ । କନ୍ଧମାଳ କ ନୂଆଁ ଗାଁ ବ୍ଲକ ଜିଡ଼ୁବାଡ଼ିରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଶୁଶିଳ ପ୍ରଧାନଙ୍କ ୬ବର୍ଷର ଶିଶୁ ପୁତ୍ର ନିଜ ଘର ସାମ୍ନା ରାସ୍ତା ଉପରେ ଖେଳୁଥିବାବେଳେ ବୋଲେରୋ ପିଲାଟି ଉପରେ ଚଢ଼ି ଯାଇଥିଲା ।
ଘଟଣା ସ୍ଥଳରେ ହିଁ ପିଲାଟି ମୃତ୍ୟୁ ବରଣ କରିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖା ଦେଇଛି । ବାଲିିଗୁଡ଼ା ମୁଖ୍ୟରାସ୍ତାକୁ ଅବରୋଧ କରି ଧାରଣାରେ ବସିଛନ୍ତି ଗାଁଲୋକ । ତୁରନ୍ତ ଗାଡ଼ି ଡ଼୍ରାଇଭର ସହ ମାଲିକକୁ ଗିରଫ କରିବା ସହ ମୃତକ ଶିଶୁ ପରିବାକୁ କ୍ଷତିପୁରଣ ଦେବାକୁ ଦାବି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/11-28.jpg)