କାଂସବାହାଲରେ ଦୁର୍ଘଟଣା : ଭାରସାମ୍ୟ ହରାଇ ପୋଲର ୨୦ ଫୁଟ ତଳକୁ ଖସିଲା କାର, ଘଟଣାସ୍ଥଳରେ ୨ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

Advertisment
ସଡକ ଦୁର୍ଘଟଣାର ସାଂଘାତିକ ରୂପ ! ୬ ମାସରେ ରାଜ୍ୟରେ ଏତିକି ମୃତ

କନକ ବ୍ୟୁରୋ : କଳାହାଣ୍ଡି କାଂସବାହାଲରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର । ବିଳମ୍ବିତ ରାତିରେ ଜାତୀୟ ରାଜପଥ-୨୬ କାଂସବାହାଲ ଠାରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଘଟଣାସ୍ଥଳରେ ୨ ଯୁବ ବ୍ୟବସାୟୀ ପ୍ରାଣ ହରାଇଛନ୍ତି । ମୃତକ ୨ ଜଣ ହେଲେ କେସିଂଗାର ସଞୟ ଅଗ୍ରୱ।।ଲ ଓ ଦିନେଶ ଜୈନ । ସୁନ୍ଦରଗଡରୁ କେସିଗାଂ ଫେରୁଥିବା ବେଳେ ଏନ.ଏଚ -୨୬ କାଂସବାହାଲ ବ୍ରିଜ ତଳକୁ ପ୍ରାୟ ୨୦ ତଳକୁ କାର ଖସିଥିଲା । ଦୁର୍ଘଟଣା ପରେ ନିଜ ସଂପର୍କୀୟକୁ ଫୋନ ମାଧ୍ୟମ ରେ ଦିନେଶ ସୂଚନା ମଧ୍ୟ ଦେଇଥିଲେ । ହେଲେ ରାତିରେ କେଉଁଠି ଦୁର୍ଘଟଣା ହୋଇଛି ଠାବ କରାଯାଇ ପାରି ନଥିଲା । ଆଜି ଭୋରରୁ କାରକୁ ଠାବ କରାଯାଇଥିବା ବେଳେ କାର ଭିତରୁ ଉଭୟଙ୍କ ଶବ ଉଦ୍ଧାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe