କନକ ବ୍ୟୁରୋ : କଳାହାଣ୍ଡି କେସିଙ୍ଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ସାମ୍ନା ପଟୁ ଧକ୍କା ଦେଇଛି ଘରୋଇ ବସ୍ ଦିଲଖୁସ୍ । ବସ୍ ଧକ୍କାରେ କାରଟି ଚୁରମାର ହୋଇ ଯାଇଛି । ଏହି ଦୁର୍ଘଟଣାରେ କାରରେ ଥିବା ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ଜଣ ଆହତ ଭବାନୀପାଟଣା ହସ୍ପିଟାଲରେ ବର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ୩ମାସର ଶିଶୁ ଥିବା ସୂଚନା ମିଳିଛି । ସେହିପରି ମୃତଙ୍କ ମଧ୍ୟରେ ଜଣେ ଭବାନୀପାଟଣା ଅନ୍ୟ ଜଣେ ଯାଜପୁରର ବୋଲି ସୂଚନା ମିଳିଛି ।