କନକ ବ୍ୟୁରୋ: ଯାଜପୁରରେ ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ବ୍ରାହ୍ମଣୀ ନଦୀ ଉପରେ ଗୋକର୍ଣ୍ଣେସ୍ୱର ବ୍ରିଜ ଦେଇ ଯାଉଥିବା ବେଳେ ଭ୍ୟାନଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଟ୍ରକ । ଏଥିରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଏବଂ ଟ୍ରକର ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ପୋଲିସକୁ ଉଦ୍ଧାର କରି ହସ୍ପିଟାଲକୁ ନେଉଥିବାର ଭିଡିଓ ଆମର ହସ୍ତଗତ ହୋଇଛି ।
ପୋଲିସ କର୍ମଚାରୀଙ୍କୁ ନେଇ କୋର୍ଟ ଭ୍ୟାନଟି ବାଲେଶ୍ୱର ଯାଉଥିଲା । କରୋନା ମୁକାବିଲା ପାଇଁ ସରକାର ଘୋଷଣା କରିଥିବା ୨୧ଦିନିଆ ଲକଡାଉନକୁ ସଫଳ କରିବାରେ ପୋଲିସ କର୍ମଚାରୀଙ୍କ ବଡ ଭୂମିକା ରହିଛି । ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୋଲିସ ବି ଅହରହ ଦାୟିତ୍ୱ ନିର୍ବାହ କରୁଛି । ଆଉ ଏଭଳି ସମୟରେ ପୋଲିସ ଭ୍ୟାନର ଏପରି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।