କନକ ବ୍ୟୁରୋ: ଗଞ୍ଜାମ ଆସିକା କୋଟିନଡା ଥାନା ଡିପଲ ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ-ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଘୋଷାଣୀ ନୂଆଗାଁ ଅଞ୍ଚଳର କୁନାଲ ସାହୁ ଓ କେ.ରାକେଶ । ପୋଲିସ ମୃତଦେହ ଜବତ କରିବା ସହ ବସକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବସଟି ଆସିକାରୁ ଭୁବନେଶ୍ୱର ଯିବା ବେଳେ ଡିପଲ ସ୍କୁଲ ନିକଟରେ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି