କନକ ବ୍ୟୁରୋ: କଟକରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଆମ୍ବୁଲାନ୍ସ । ତେବେ ବଡ କଥା ହେଉଛି ଆମ୍ବୁଲାନ୍ସରେ ତିନି ଜଣ କରୋନା ଆକ୍ରାନ୍ତ ଥିଲେ । ଯାଜପୁରରେ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସପିଟାଲକୁ ଅଣାଯାଉଥିଲା । ତେବେ କଟକ ଚାଉଳିଆଗଂଜ ନିକଟରେ ଦୁର୍ଘଟଣା ଘଟିଥିଲା ।
ଓଭର ବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଆମ୍ବୁଲାନ୍ସଟି ଡିଭାଇଡର ଉପରେ ଚଢିଯାଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଥିବା ବେଳେ କରୋନା ଆକ୍ରାନ୍ତ ସୁସ୍ଥ ଅଛନ୍ତି । ଦୁର୍ଘଟଣା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଆକ୍ରାନ୍ତଙ୍କୁ ସମ୍ କୋଭିଡ୍ ହସପିଟାଲକୁ ଅଣାଯାଇଛି । ସେପଟେ ଦୁର୍ଘଟଣା ସ୍ଥଳରେ ସାନିଟାଇଜ୍ କରାଯାଇଛି ।