କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ମର୍ମନ୍ତୁଦ ଦୁର୍ଘଟଣା । ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ରିମୁଲି ବାଇପାସରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଥିଲା ।
ସୂଚନା ଅନୁସାରେ, ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ପଛକୁ ପିଟି ହୋଇଥିଲା କାର୍ । ତେବେ ଏହି ସମୟରେ କାର୍ ପଛକୁ ପିଟିଥିଲା ଆଉ ଏକ ଟ୍ରକ । ଫଳରେ ଦୁଇ ଟ୍ରକ୍ ମଝିରେ ଚାପି ହୋଇଯାଇଥିଲା କାର୍ । ଯେଉଁଥିରେ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/Four-Telangana-students-celebrating-exam-success-killed-in-accident.jpg)