ବସକୁ ପିଟିଲା ଟ୍ରକ୍ : ୧୦ ଆହତ, ୪ଗୁରୁତରଙ୍କୁ ବୌଦ୍ଧ ମେଡିକାଲ ସ୍ଥାନାନ୍ତରିତ

70

କନକ ବ୍ୟୁରୋ : ୫୭ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀ ବାହୀ ବସକୁ ପିଟିଲା ଟ୍ରକ । ୧୦ ଆହତ । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି । ୪ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସାହିଲ ନାମକ ଯାତ୍ରୀବାହୀ ବସ ବଡମ୍ବାରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ।

ସୂଚନା ମୁତାବକ ସାହିଲ ବସରୁ କିଛି ଯାତ୍ରୀ ପରିସ୍ରା କରିବା ପାଇଁ ଗାଡିଟି ଚାରିଛକରେ ଅଟିକି ରହିଥିଲା । ଠିକି ସେତିକି ବେଳେ ପଛ ପଟୁ ଆସୁଥିବା ଏକ ଟ୍ରକ ପଛ ପଟୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବସ ଟି ରାସ୍ତା ର ୩ଫୁଟ ତଳକୁ ଖସି ପଡ଼ିଥିଲା । ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନା ପଠାଇଥିଲେ । ଯାତ୍ରୀ ମାନଙ୍କ ମଧ୍ୟରୁ ୧୦ଜଣ ଆହତ ଓ ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।