କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ଉତ୍ତରା ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ କାର୍ ୩ ଜଣ ସାଇକେଲ ଆରୋହୀ ଛାତ୍ରଙ୍କୁ ଧକ୍କା ଦେଇଛି। ଫଳରେ କାର୍ ଧକ୍କାର ସମ୍ମୁଖୀନ ହୋଇଥବା ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଏଠାରେ ଦୀର୍ଘ ସମୟ ଧରି ତୀବ୍ର ଉତ୍ତେଜନା ଦେଖାଯାଇଛି।
ସୂଚନା ଅନୁସାରେ କୁବା ଶାସନର ୩ ଜଣ ଛାତ୍ର ସାଇକେଲରେ ଟିଉସନ୍ ଯାଉଥିଲେ। କୃପାଜଳ ଇଞ୍ଜିନିୟରିଂ କଲେଜ ନିକଟରେ ରାସ୍ତା ଅତିକ୍ରମ କଲା ବେଳେ ସେମାନଙ୍କୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ଫଳରେ ସେମାନେ ତଳେ ପଡ଼ିଯାଇଥିଲେ। ଫଳରେ ୩ ଜଣ ଲୋକ ଗୁରୁତର ଆହତ ହୋଇଥିଲେ।
ତେବେ ଗୁରୁତରମାନଙ୍କୁ ହସ୍ପିଟାଲ ନିଆଯାଇଛି। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ଉତରା ଛକ ଠାରୁ ଲିଙ୍ଗିପୁର ଛକ ଯାଏ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଛି। ସୂଚନା ମିଳିବା ପରେ ଉତ୍ତରା ଫାଣ୍ଡି ଓ ପିପିଲି ଥାନା ପୁଲିସ ଘଟଣାସ୍ଥଳକୁ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/ert.jpg)