କନକ ବ୍ୟୁରୋ : ଭଦ୍ରକ ବାସୁଦେବପୁରରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଟ୍ରକ ରଖି ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ । ଘଟଣା ସ୍ଥଳରେ ଟ୍ରକ ଜଣଙ୍କର ମୃତ୍ୟୁ ହୋଇଛି । ଜାମୁଝାଡି-ଧାମରା ରାସ୍ତା ମନ୍ଦାରିରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ଏକ ଟ୍ରକ କେନ୍ଦୁଝରରୁ ଲୁହାପଥର ନେଇ ଧାମରା ବନ୍ଦର ଯାଉଥିବା ବେଳେ ମନ୍ଦାରୀ ନିକଟରେ ଗାଡି ଖରାପ ହୋଇଯାଇଥିଲା । ଗାଡି ରଖି ହେଲପର ଟାୟାର ଖୋଲୁଥିବା ବେଳେ ପଛୁପଟୁ ଆସୁଥିବା ଆଉ ଏକ ଟ୍ରକ ଧକ୍କା ଦେଇଥିଲା ।