ଅଜଣା ଗାଡ଼ି ଧକ୍କାରେ ୮ ମାସର ଗର୍ଭବତୀ ମାଉସୀ ଓ ଝିଆରୀଙ୍କ ମୃତ୍ୟୁ, ଅଳ୍ପକେ ରକ୍ଷା ପାଇଗଲା ୫ ବର୍ଷର ପୁଅ

384

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଚାଲିଗଲା ଜୀବନ । ଗଂଜାମ ଜିଲ୍ଲା ଆସିକା ଥାନା କୋଟିନଡା ଫାଣ୍ଡି ଅଂଚଳରେ ସଡକ ଦୁର୍ଘଟଣାରେ ମାଉସୀଙ୍କ ଓ ଝିଆରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।

ଆଠ ମାସର ଗର୍ଭବତୀ ରଶ୍ମୀତା ପରିଡାଙ୍କ ସହ ତାଙ୍କ ଝିଆରୀ ଆଶା ରାଣୀ ଖଣ୍ଡୁଆଳ ସକାଳେ ମର୍ଣ୍ଣିଂ ୱାକରେ ଆସିଥିବା ବେଳେ ଆସିକା ଓ କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାରେ କେ.ଲଛମନପରି ନିକଟ ମଶାଣି ପାଖ ରୋଡ ଠାରେ ଅଜଣା ଗାଡି ଧକ୍କା ଦେଇଥିଲା । ଗାଡିଟି ଧକ୍କା ଦେଇ ଫେରାର ହୋଇଯାଇଛି । ଆସିକା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ କରୁଛି ।