ଅନଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୩ ମୃତ, ୨ ଗୁରୁତର 

ଅଜଣା ଗାଡି କାରକୁ ଦକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

173

କନକ ବ୍ୟୁରୋ: ଅନୁଗୁଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତରଙ୍କୁ ଖମାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ନାହିକାନାଲି ଠାରେ ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡି କାରକୁ ଦକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ କାରରେ ଥିବା ମୋଟ ୫ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରେ ସ୍ଥାନିୟ ଲୋକେ ପହଞ୍ଚି ଗୁରୁତରଙ୍କୁ ନିକଟରେ ଥିବା ଖମାର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରଟି ରାଉରକେଲାର ହୋଇଥିବାରୁ କାରରେ ଥିବା ବ୍ୟକ୍ତିମାନେ ରାଉରକେଲାର ହୋଇଥିବେ ବୋଲି ଅନୁମାନ କରାଯାଉଛି ।