ଅନୁଗୁଳରୁ ଆସିଲା ଦୁର୍ଘଟଣାର ଭୟଙ୍କର ଚିତ୍ର: ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର; ଘଟଣାସ୍ଥଳରେ ହିଁ ଚାଲିଗଲା ଡ୍ରାଇଭର ଓ ହେଲପରର ଜୀବନ

675

କନକ ବ୍ୟୁରୋ: ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର । ଘଟଣା ସ୍ଥଳରେ ଟ୍ରଲର ଡ଼୍ରାଇଭର, ହେଲପର ମୃତ । ଅନୁଗୁଳ ଜଳପଡ଼ା ଥାନା ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ ଜାତୀୟ ରାଜପଥରେ ଭାଗିରଥୀପୁର ନିକଟ ନିୟୁ ତପୋବନ ଢ଼ାବା ସମ୍ମୁଖରେ ତାଳଚେର ଅଂଚଳରୁ କୋଇଲା ବୋଜେଇ ୫ଟି ଟ୍ରକ ଛିଡ଼ା ହୋଇଥିଲା ।

ଭୋଟର ୫ଟାରୁ ସେହି ବାଟ ଦେଇ ଅନୁଗୁଳ ପଟୁ ସମ୍ବଲପୁର ଯାଉଥିବା ଟ୍ରଲର ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଚାପି ହୋଇ ଟ୍ରଲର ଡ଼୍ରାଇଭର, ହେଲପରଙ୍କ ମୃତ୍ୟୁ ହୋଇଥିଲା । ଜରପଡା ପୋଲିସ ଓ ଦମକଳ ବାହିନୀ ପହଂଚି ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି ।