ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରିବାବେଳେ ଚାଲିଗଲା ପୁଅର ଜୀବନ : ବୌଦ୍ଧ କରଡାକୋଠାରେ ଜେସିବି ବୋଝେଇ ଟ୍ରକରେ ପିଟିହେଲା କାର

Advertisment
ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରିବାବେଳେ ଚାଲିଗଲା ପୁଅର ଜୀବନ : ବୌଦ୍ଧ କରଡାକୋଠାରେ ଜେସିବି ବୋଝେଇ ଟ୍ରକରେ ପିଟିହେଲା କାର

କନକ ବ୍ୟୁରୋ : ମୃତ୍ୟୁ ବି ଆସେ ଏମିତି...ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବାବେଳେ ଚାଲିଗଲା ପୁଅର ଜୀବନ । ଗତକାଲି ସୁବର୍ଣ୍ଣପୁରରେ ଝିଅ ବିଦା ହେଲାବେଳେ କାନ୍ଦିକାନ୍ଦି ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ଶୁଣିଥିଲେ । ଆଜି ସେହିଭଳି ଏକ ଅଭାବନୀୟ ଖବର ଆସିଛି ସୁବର୍ଣ୍ଣପୁରରୁ ।

ପ୍ରାପ୍ତ ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣା କଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ରାସ୍ତା କଡ଼ରେ ଏକ ଏଆରଏସଏସ କମ୍ପାନିର ଟ୍ରଲର ଗାଡ଼ି ଠିଆ ହୋଇଥିଲା । ପୁରୀରୁ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଏକ ସ୍ୱିଫ୍ଟ କାର୍ ଯୋଗେ ଘରକୁ ଫେରୁଥିବା ବେଳେ କାରଟି ଏଆରଏସଏସ ନାମକ ଏକ ଠିକାସଂସ୍ଥାର ଟ୍ରଲର ସହ ଧକ୍କା ହେବା ଫଳରେ ତରଭାର ଅରୁଣ ମେହେର ନାମକ ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଏଥିସହିତ ଦୁର୍ଘଟଣା ଘଟିଥିବା କାରରେ ବସିଥିବା ଅନ୍ୟ ୪ଜଣ ସମ୍ପର୍କୀୟ ମଧ୍ୟ ଗୁରୁତର ହୋଇଛନ୍ତି ।

ଗୁରୁତରମାନେ ହେଲେ ବଲାଙ୍ଗୀର ଜିଲ୍ଲା ରୁଗୁଡ଼ିପାଲି ଅଞ୍ଚଳର ଛବି ମେହେର, ବେଲପଦରର ବିଧୂଭୂଷଣ ମେହେର, ଅଶୋକ ମେହେର, ରାମ ମେହେର ବୋଲି ଜଣାପଡ଼ିଛି । ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି। ପୁରୁଣା କଟକ ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏ ଖବର ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe