ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା । ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।

82

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ସିହିଡିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅଟୋ ଚାଳକର ମୃତ୍ୟୁ ଘଟିଛି । ୧୦ ନମ୍ବର (କ ) ରାଜ୍ୟ ରାଜପଥର ସିହିଡିଆ ନିକଟରେ ଏକ ଟ୍ରକ ମୁହାଁମୁହିଁ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋ ଚାଳକ ଅନିଲ ନାଏକ (୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ପ୍ରମୋଦ ନାଏକ ଗୁରୁତର ଆହତ ହୋଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀ ଆହତକୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ମହୁଲପଦା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଫେରାର୍ ମାରିଥିବା ପୁଲିସ କହିଛି । ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି ଏବଂ ସମ୍ପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।