କନକ ବ୍ୟୁରୋ: ଗୁପ୍ ଚୁପ୍ ଠେଲାକୁ ଧକ୍କା ଦେଲା ଯାତ୍ରାବାହୀ ବସ୍ । ବସ୍ ଧକ୍କାରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ୩ ଛାତ୍ରୀ । ଏଭଳି ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ । ଯାତ୍ରୀବାହୀ ବସ୍ ‘ଖୁସବୁ’ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ଭାରସ୍ୟାମ ହରାଇ ଏକ ଗୁପଚୁପ୍ ଠେଲାକୁଧକ୍କା ଦେଇଥିବା ବେଳେ ପାଖରେ ଠିଆହୋଇଥିବା ୩ଛାତ୍ରୀ ଆହତ ହୋଇଛନ୍ତି । ଗୁରୁତରମାନେ ହେଲେ ଶୁସ୍ମିତା ଟପୋ, ସାନିଆ ସଂଗୀତ ଜେଟେ ଏବଂ ବିଜୟନି ଜେଟେ ।
ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଂକଟାପଣ୍ଣ ଥିବାବେଳେ ସେମାନଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ସେପଟେ ବସ ଡ଼୍ରାଇଭରକୁ ଗିରଫ ଓ କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରେ ଟାୟାର ଜାଳି ଉତ୍ୟକ୍ତ ଲୋକ ରାସ୍ତାରୋକ କରିଥିବା ବେଳେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଛି । ବନ୍ଧମୁଣ୍ଡା ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ।
Follow Us
/kanak/media/post_attachments/wp-content/uploads/2019/01/vlcsnap-2019-01-15-17h01m09s573-300x220.png)