କନକ ବ୍ୟୁରୋ : ଅଧାରେ ରହିଲା ଜଗା ଦର୍ଶନ । ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରରେ ସଡ଼କ ଦୁର୍ଘଟଣା । ପାଣିକୋଇଲି ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ମେଡିକାଲରେ ଭର୍ତି ହୋଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏକ ଅଟୋରେ ୮ ଜଣ ପୁରୀ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଶିବାନନ୍ଦ ମହାପାତ୍ର ଓ ପୂଜା ସାହୁଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ୪ ଜଣ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତକ ଓ ଆହତ ଭଦ୍ରକ ସାହାପଡ଼ା ଅଂଚଳ ପାଟଣା ସାହିର ବୋଲି ଜଣାପଡ଼ିଛି ।