କନକ ବ୍ୟୁରୋ : ଦିଗପହଣ୍ଡିରେ ଛାତିଥରା ସଡକ ଦୁର୍ଘଟଣା । ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ । ବାଇକକୁ ଧକ୍କା ଦେବା ପରେ ପିକନିକ୍ ଯାଇଥିବା ଏକ ବସିଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଅନ୍ୟପଟେ ବସ୍ ଓଲଟିବାରୁ ୨୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ତପ୍ତପାଣିରେ ପିକନିକ୍ ସାରି ନୟାଗଡ ଫେରୁଥିଲା ବସ୍ । ତେବେ ବାଟରେ ଘଟିଥିଲା ଏହି ଦୁର୍ଘଟଣା । ଏବେବି ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Bus.png)