ସଡକ ଦୁର୍ଘଟଣାରେ ୨ ବୋଲବମ ଭକ୍ତ ମୃତ । ୧୦ ଗୁରୁତର ଆହତ

Advertisment
ସଡକ ଦୁର୍ଘଟଣାରେ ୨ ବୋଲବମ ଭକ୍ତ ମୃତ । ୧୦ ଗୁରୁତର ଆହତ

କନକ ବ୍ୟୁରୋ : ଶୁକ୍ରବାର ମଧ୍ୟ ରାତିରେ ବାଙ୍ଗିରିପୋଷି ବଜାରସ୍ଥିତ ଦୋକାନର କର୍ମୀମାନେ ଏକ ଗାଡିରେ ଗୁପ୍ତେଶ୍ୱର ବୋଲବମ୍ ଯାଉଥିବା ସମୟରେ ଦ୍ୱାରଶୁଣୀ ଘାଟି ପାଖରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକଟି ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ବୋଲବମ ଭକ୍ତଙ୍କୁ । ଏଥିରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ୨ଜଣଙ୍କ ପ୍ରାଣ ଯାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।

publive-image orissapost.com

ସମସ୍ତଙ୍କୁ ସ୍ଥାନୀୟ ଜନସାଧାରଣ, ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ସହଯୋଗରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଯାଇଛି। ମୃତକମାନେ ହେଲେ ବାଙ୍ଗିରିପୋଷି ହାଣଦା ଗ୍ରାମର ରଂଜିତ ରାମ ଓ ଶିବୁ ସାହୁ ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ବାଙ୍ଗିରିପୋଷିରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe